
ଜୀବନ ରସାୟନ
ଏହି ପୁସ୍ତିକାର ଗୋଟିଏ ବାକ୍ୟ ଏପରି ଅଗ୍ନିକଣା ସଦୃଶ ଯେ ତାହା ହଜାର ହଜାର ବର୍ଷର ଅଜ୍ଞାନରୂପୀ ଅନ୍ଧକାରକୁ ମୁହୂର୍ତ୍ତକ ମଧ୍ୟରେ ତୃଣ ସଦୃଶ ଜାଳି ଭସ୍ମ କରି ଦେଇପାରେ । ଏହାର ପ୍ରତ୍ୟେକ ବଚ଼ନ ଆତ୍ମଜ୍ଞାନୀ ମହାପୁରୁଷଙ୍କ ଅନ୍ତଃକରଣରୁ ପ୍ରକଟିତ ହୋଇଅଛି । ସାଧାରଣ ମନୁଷ୍ୟକୁ ଉର୍ଦ୍ଧ୍ୱକୁ ଉଠାଇ ଦେବତ୍ୱର ଉଚ୍ଚତ୍ତମ ସ୍ତରରେ ପହଞ୍ଚାଇବାର ସାମର୍ଥ୍ୟ ଏଥିରେ ନିହିତ ଅଛି । ପ୍ରାଚୀନ ଭାରତୀୟ ଆଧ୍ୟତ୍ମିକ ପରମ୍ପରାରେ ପୁଷ୍ଟ ମହାପୁରୁଷମାନେ ସାମଧି ଦ୍ୱାରା ନିଜର ଅସ୍ତିତ୍ୱର ଗଭୀରତମ ପ୍ରଦେଶରେ ଲମ୍ଫ ପ୍ରଦାନ କରି ଯେଉଁ ଅଗମ୍ୟ ଅଗୋଚ଼ର ଅମୃତମୟ ସମ୍ପଦ ପାଇଛନ୍ତି ସେହି ଅମୃତମୟ ସମ୍ପଦକୁ ଏହି କ୍ଷୁଦ୍ର ପୁସ୍ତିକାରେ ଖଞ୍ଜି ଦେବାର ପ୍ରୟାସ କରାଯାଇଛି । ମାଠିଆ ଭିତରେ ଦରିଆକୁ ଭର୍ତ୍ତି କରୁବା ପାଇଁ ଏହା ହେଉଛି ବିନମ୍ର ପ୍ରୟାସ । ଏହାର ଗୋଟିଏ -ଗୋଟିଏ ବାଣୀକୁ ପାହାଚ଼ କରି ଆପଣ ଆପଣଙ୍କର ଲକ୍ଷ୍ୟ ସ୍ଥଳରେ ମହଞ୍ଚି ପାରିବେ । ଏହି ବାଣୀକୁ ଉପଲବ୍ଧି କରି ମୃତ ଲୋକ ଶରୀର ମଧ୍ୟରେ ପ୍ରାଣ ମଧ୍ୟ ସଞ୍ଚାରିତ ହୋଇ ପାରିବ । ହତାଶ, ନିରାଶ, ଦୁଃଖୀ, ଚିନ୍ତିତ ହୋଇ ପଡ଼ିଥିବା ମନୁଷ୍ୟଙ୍କ ପାଇଁ ଏହି ପୁସ୍ତିକା ଅମୃତ - ସଞ୍ଜୀବନୀ ସଦୃଶ ।
ଏହି ପୁସ୍ତିକାକୁ ଦୈନନ୍ଦିନ ଟନିକ୍ ଭାବି ଶ୍ରଦ୍ଧାର ସହିତ, ଧୈର୍ଯ୍ୟର ସହିତ ପଠନ, ଚିନ୍ତନ ଓ ମନନ କରିବା ଦ୍ୱାରା ବହୁତ ଲାଭ ମିିଳିଥାଏ,କିନ୍ତୁ ଯଦି କୌଣସି ଆତ୍ମବେତ୍ତା ମହାପୁରୁଷଙ୍କ ଶ୍ରୀଚରଣରେ ରହି ଏହାର ଶ୍ରବଣ, ଚିନ୍ତନ ଏବଂ ମନନ କରିବାର ସୌଭାଗ୍ୟ ମିଳିଯାଏ ତେବେ ଆଉ ଭାବିବାର କ'ଣ ଅଛି ?
ଦୈନନ୍ଦିନ ଜୀବନ-ଯାତ୍ରାରେ ବିଶ୍ରାମ ପାଇବା ପାଇଁ କର୍ମମୟ ଜୀବନରୁ ଦୁଇ ମିନିଟ୍ ବାହାର କରି ଏହି ପୁସ୍ତିକାର ଦୁଇ -ଚାରିଟି ସ୍ୱର୍ଣ୍ଣମୟ ବାକ୍ୟକୁ ପଢ଼ି ଆତ୍ମ ସ୍ୱରୂପରେ ଲମ୍ଫ ମାର, କାୟ-ମନ-ଜୀବନକୁ ଆଧ୍ୟତ୍ମିକ ତରଙ୍ଗରେ ଝଙ୍କୃତ ହେବାକୁ ଦିଅ, ଜୀବନ-ବୀଣାର ତାର ଉପରେ ପରମାତ୍ମାଙ୍କୁ ହସ୍ତ ଚାଳନା କରିବାକୁ ଦିଅ। ଆପଣଙ୍କର ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ତାପ -ସନ୍ତାପ ଶାନ୍ତ ହେବାକୁ ଆରମ୍ଭ କରିବ । ଜୀବନରେ ପରମ ତୃପ୍ତିର ଲହଡ଼ି ଉଠିବାକୁ ଆରମ୍ଭ କରିବ ।
ଜୀବନ ରସାୟନର ଏହି ଦିବ୍ୟ-ପାତ୍ର ଆତ୍ମରସ ପିପାସୁମାନଙ୍କ ହାତରେ ଅର୍ପଣ କରି ସମିତି ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି । ବିଶ୍ୱାସ କରୁ ଯେ ଆଧ୍ୟାତ୍ମ-ଜିଜ୍ଞାସୁମାନଙ୍କ ଜୀବନ ଦିବ୍ୟାମୃତରେ ସ୍ନାନ କରାଇବାରେ ଏହି ପୁସ୍ତିକା ଉପଯୋଗୀ ହେବ ।
---ମହିଳା ଉତ୍ଥାନ ଟ୍ରଷ୍ଟ
ଅହମଦାବାଦ
5
7
19
8
7
14
14
6
6
4
16
8
6
5
6
7
4
3
3
6
All major credit, debit cards & Net Banking options available.
Order any product through Android or iphone app
100% MoneyBack Guarantee.
Copyright © Ashram eStore. All rights reserved.