
ଶ୍ରୀ ଆଶାରାମାୟଣ (ଯୋଗଲୀଳା)
ନିବେଦନ
ତତ୍ତ୍ୱଜ୍ଞ ମହାପୁରୁଷମାନଙ୍କ ସାନ୍ନିଧ୍ୟ ବଡ଼ ଦୁର୍ଲଭ । କବୀର ଦାସଜୀ କହନ୍ତି:
ସୁଖ ଦେବେଁ ଦୁଃଖ କୋ ହରେଁ, କରେଁ ପାପ କା ଅନ୍ତ ।
କହ କବୀର ୱେ କବ ମିଲେଁ, ପରମ ସନେହୀ ସନ୍ତ ।।
ସନ୍ତ ମିଲେ ୟହ ସବ ମିଟେ, କାଲ ଜାଲ ଜମ ଚୋଟ ।
ସିସ ନମାବତ ଢହୀ ପଡେ, ସବ ପାପନ କି ପୋଟ ।।
ଏପରି ମହାପୁରୁଷଙ୍କ ସମ୍ମୁଖରେ ଯିଏ ନିଜର ଅହଂକାର ରୂପୀ ମୁଣ୍ଡକୁ ନୁଆଁଇ ଦେବାର ସୌଭାଗ୍ୟ ପାଏ ସେ ଧନ୍ୟ ହୋଇଯାଏ । ସ୍ଥୂଳ ଦେହଧାରୀ ଏହି ପରମାତ୍ମା ପୁରୁଷଙ୍କୁ ଭାଗ୍ୟଶାଳୀ କେବଳ ଚିହ୍ନି ପାରନ୍ତି । ଲୋକେ ପରମାତ୍ମାକୁ ଖୋଜିବାକୁ ଯାଅାନ୍ତି, କିନ୍ତୁ ପରମାତ୍ମା ଏହି ଆଖିରେ କେଉଁଠି ଦେଖିବାକୁ ମିଳନ୍ତି ନାହିଁ; କାରଣ ସେ ଅଗମ୍ୟ । ନିରାଶ ମନୁଷ୍ୟ ପୁଣି କ'ଣ କରିବ ? ସେହି ଅଲଖଙ୍କୁ କିପରି ଜାଣିବ ? କିପରି ଦେଖିବ ? କବୀର ଜୀ ଏହି ସମସ୍ୟାକୁ ଦୁର କରୁବାକୁ ଯାଇ ସୁନ୍ଦର ଉପାୟ ବାହାର କରି କହିଛନ୍ତି:
ଅଲଖ ପୁରୁଷ କୀ ଆରସୀ, ସାଧୁ କା ହୀ ଦେହ ।
ଲଖା ଜୋ ଚାହେ ଅଲଖ କୋ, ଇହ୍ନିଁ ମେଁ ତୁ ଲଖ ଲେହ ।।
ହେ ମାନବ! ଯଦି ତୁମେ ଏହି ଅଲଖକୁ ଲକ୍ଷ୍ୟ କରୁବାକୁ ଚାହୁଁଛ, ତେବେ ତୁମେ ଜଣେ ସନ୍ଥଙ୍କୁ ଦେଖ, କାରଣ ତାଙ୍କରି ମଧ୍ୟରେ ସେ ପୂର୍ଣ୍ଣ ରୂପେ ନିଜର ବୈଭବ ଭରି ଦେଇ ପ୍ରକଟ ହୋଇଛନ୍ତି ।
ଏପରି ମହାପୁରୁଷ ସଂସାର ପୂପୀ ମରୁଭୂମୀରେ ତ୍ରିତାପରେ ତପ୍ତ ମାନବ ପାଇଁ ବିଶାଳ ବଟ ବୃକ୍ଷ ସଦୃଶ ଏବଂ ଶୀତଳ ଝରଣା ମଧ୍ୟ । ତାଙ୍କରି ପବିତ୍ର ଦେହକୁ ସ୍ପର୍ଶ କରୁ ଆସୁଥିବା ପବନ ମଧ୍ୟ ଜୀବକୁ ଜନ୍ମ ଜନ୍ମାନ୍ତର ଯନ୍ତ୍ରଣାରୁ ମୁକ୍ତ କରୁ ହୃଦୟରେ ଆତ୍ମିକ ଶୀତଳତା ଭରି ଦେଇଥାଏ । ଏପରି ମହାପୁରୁଷଙ୍କ ମହିମା ଗାଇ-ଗାଇ ବେଦ ଏବଂ ପୁରାଣ ମଧ୍ୟ ଥକି ଯାଇଥାନ୍ତି ।
ଏପରି ଜଣେ ଜୀବନ୍ତ ମହାପୁରୁଷଙ୍କ ପଦ୍ୟମୟ ସଂକ୍ଷିପ୍ତ ଗାଥା ଜୀଜ୍ଞାସୁ ହୃଦୟ ସମକ୍ଷରେ ସଂକ୍ଷିପ୍ତ ଆକାରରେ ପ୍ରସ୍ତୁତ କରାଯାଇଛି ।
ଏହି ଦିବ୍ୟ ଶୀତଳ ଅମୃତମୟ ଝରଣାରେ ସ୍ନାନ କରନ୍ତୁ.......ଆପଣାର ଜନ୍ମ ଜନ୍ମାନ୍ତର ପାପକୁ ଧୋଇ ଦିଅନ୍ତୁ......କ୍ଲାନ୍ତି ଦୂର କରୁ ନିଜର ପରମ ଲକ୍ଷ ପଥକୁ ଅତିକ୍ରମ କରନ୍ତୁ ।
-ମହିଳା ଉତ୍ଥାନ ଟ୍ରଷ୍ଟ
ଅହମଦାବାଦ
5
7
19
8
7
14
14
6
6
4
16
8
6
5
6
5
7
4
3
3
All major credit, debit cards & Net Banking options available.
Order any product through Android or iphone app
100% MoneyBack Guarantee.
Copyright © Ashram eStore. All rights reserved.